ହାଇଦରାବାଦ ପରେ ଏବେ ଛତିସଗଡ଼ରୁ ମିଳିଲା ମହିଳାଙ୍କ ଜଳନ୍ତା ମୃତଦେହ

ଛତିସଗଡ଼ : ତେଲଙ୍ଗାନାର ହାଇଦରାବାଦ ପରେ ସୋମବାର ଛତିସଗଡ଼ରୁ ଜଣେ ମହିଳାଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛତିଶଡ଼ର ବରାମପୁରର ରାଜପୁର ନିକଟ ମୁରକା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ପୁଲିସ ତଦନ୍ତ ଜାରୀ ରଖିଛି।
ଏହି ଘଟଣାକୁ ନେଇ ବଳରାମପୁର ଏସପି ଟିଆର କୋସିମା କହିଛନ୍ତି, ବର୍ତ୍ତମାନ ଏନେଇ କିଛି କୁହା ଯାଇ ପାରିବ ନାହିଁ। ମହିଳାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରାଯାଇଥିଲା କି ଘଟଣା ଅନ୍ୟ କିଛି ତାହା ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏନେଇ ପୁଲିସ ତଦନ୍ତ ଜାରୀ ରଖିଥିବା ଏସପି କହିଛନ୍ତି।

Comments are closed.