ବାଲିମେଳା ଜଳଭଣ୍ଡାରରୁ ଆଜି ହେଵ ଜଳ ନିଷ୍କାସନ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ସ୍ଥିତ ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡାର ଜଳସ୍ତର ବିପଦ ସଂକେତ ଛୁଇଁଛି। ଏହି ଜଳଭଣ୍ଡାରର ଜଳ ଧାରଣ କ୍ଷମତା ସର୍ବନିମ୍ନ ୧୫୧୪ ଫୁଟ ଥିଲା ବେଳେ ଏହାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୫୧୬ ଫୁଟ ଅଟେ। ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡାର କ୍ଷମତା ବର୍ତ୍ତମାନ ୧୫୧୬ ଫୁଟ ହୋଇ ସାରିଛି। ଗତକାଲି ବାଲିମେଳା ଡ୍ୟାମ କର୍ତ୍ତୃପକ୍ଷ ଜଳ ନିଷ୍କାସନ ପାଇଁ ବୈଠକ ବସିଥିଲା। ଏହି ବୈଠକରେ ଆଜି ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି। ଡ୍ୟାମର ଦଶଟି ଗେଟରୁ ଦୁଇଟି ଗେଟ ମଧ୍ୟ ଦେଇ ପ୍ରତି ସେକେଣ୍ଡରେ ୮ ହଜାର କ୍ୟୁସେକ ଜଳ ଛଡା ଯିବ।

ପ୍ରତ୍ୟେକ ଗେଟରୁ ସେକେଣ୍ଡ ବାବଦରେ ୪ ହଜାର କ୍ୟୁସେକ ଜଳ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳୁ ଡ୍ୟାମର ନିମ୍ନ ଅଂଚଳରେ ବସବାସ କରୁଥିବା ଗ୍ରାମବାସୀ, ଧୀବରମାନଙ୍କୁ ସତର୍କ କରାଯିବ ସହ ନଦୀ ପଠାକୁ ଗୃହପାଳିତ ପଶୁ ନ ଛାଡିବା ପାଇଁ ଡ଼ାକବାଜି ଯଂତ୍ର ଦ୍ଵାରା ପ୍ରଚାର କରାଯାଇଛି।

Comments are closed.