ବାଲିକୁଦା : ଯୁବକଙ୍କୁ ପୋଡି ମରିବା ପଛରେ ପରକୀୟା ପ୍ରୀତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦାରେ ଯୁବକଙ୍କୁ ଜୀବନ୍ତ ପୋଡି ମରିବା ଘଟଣା ପଛରେ, ପ୍ରେମ ଜନିତ କାରଣ ତଥା ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି । ତାଙ୍କ ସ୍ବାମୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଏଠାକୁ   ଡକାଇ ଅନ୍ୟମାନଙ୍କ ସହ ମିଶି ପୋଡି ମାରି ଦେଇଛି ବୋଲି ମୃତଙ୍କ ପରିବାର ଲୋ​‌କ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ମୃତ ଯୁବକ ଜଣଙ୍କର ପରିଚୟ ମିଳିଛି । ସେ ହେଉଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ। ​‌ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ ତାଙ୍କର ଘର । ସୋମବାର ମୃତଙ୍କ ପରିବାର ଲୋ​‌କ ଜଗତସିଂହପୁରରେ ପହଞ୍ଚି ଏହି ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

କୃଷ୍ଣଚନ୍ଦ୍ରଙ୍କ ଫାଇଲ ଫଟୋ

ଅହମ୍ମଦାବାଦ ଯାଉଥିବା କହି କୃଷ୍ଣଚନ୍ଦ୍ର ଘରୁ ବାହାରିଥିବା ବେଳେ ତାଙ୍କ ଫୋନ ଲାଗି ନ ଥିଲା। ପରେ ଗଣମାଧ୍ୟମରୁ ଏ ନେଇ ଖବର ଜାଣିବାପରେ ପରିବାର ଲୋକ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଏକ ସ୍କୁଲ ଘରେ କୃଷ୍ଣଚନ୍ଦ୍ରଙ୍କୁ  ଜୀଅନ୍ତା ପୋଡ଼ି ମାରି ଦିଆଯାଇଥିଲା।

Comments are closed.