ଦୁର୍ଘଟଣାରେ ଏଏସ୍‌ଆଇ ଓ ପତ୍ନୀ ମୃତ

0

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଉପଖଣ୍ଡ ପୁଲିସ୍‌ କାର୍ଯ୍ୟାଳୟ (ଏସିଡିପିଓ) ଅଫିସ୍‌ରେ କାର୍ଯ୍ୟରତ ଏଏସ୍‌ଆଇ ବିଜୟ ଦାସ ଏବଂ ତାଙ୍କ ପତ୍ନୀଙ୍କ ବୁଧବାର ଭୋରରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବସ୍ତା ବ୍ଲକ୍‌ ଅଧୀନ ରାଜଘାଟ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଗୁରୁତର ଆହତ ସ୍ୱାମୀ-ସ୍ତ୍ରୀଙ୍କୁ ସକାଳ ପ୍ରାୟ ସାଢେ ୫ଟା ବେଳେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply