୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

0

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଜନୈକା ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ସୋର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ମନୀନ୍ଦ୍ର ମଳିକ ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗତ ୧୧ ତାରିଖ ଦିନ ଗାଁରେ ଏକ ବିବାହ ରୋଷଣୀ ଯାଉଥିବା ବେଳେ ମନୀନ୍ଦ୍ର ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ଡାକି ନେଇ ନିକଟସ୍ଥ ବିଲରେ ବଳାତ୍କାର କରିଥିଲା। ପୁଲିସ ମାମଲା ରୁଜୁ କରି ଡାକ୍ତରୀ ମାଇନା କରାଇଛି।

Leave A Reply