ଗୋରୁ ବୋଝେଇ ଟ୍ରକ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସେରଗଡ ଠାରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯାଇଛି। ବେଆଇନ ଗୋଚାଳଣ ସୂଚନା ପାଇ ଏହି ଟ୍ରକକୁ ଜବତ କରଯାଇଥିଲା। ଏହି ଟ୍ରକରେ ୧୭ଟି ଗାଈ ଥିବା ଜଣାପଡିଛି। ଏହି ଟ୍ରକଟି ଭଦ୍ରକରୁ ପଶ୍ଚିମବଙ୍ଗ ଯାଉଥିବା ସୂଚନା ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୪ଟି ଗାଈ ଗୁରୁତର ହୋଇଯାଇଛନ୍ତି।

Comments are closed.