କଲେଜ ଭିତରେ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର ଛାତ୍ର , ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱରର ସୋର ୟୁଏନ କଲେଜରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଲେଜ ମଧ୍ୟରେ ଅଣଛାତ୍ର ପ୍ରବେଶ କରିବା ପରେ କଲେଜରେ ଉତ୍ତେଜନା ସୃଷ୍ଟି ହେବା ସହ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଅଣଛାତ୍ରଙ୍କ ଆକ୍ରମଣରେ ୩ ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତ ଓ ଗୁରୁତରଙ୍କୁ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହ ୨ ଜଣ ଅଣଛାତ୍ରଙ୍କୁ ଅଟକ ରଖାଯାଇଥିବା ବେଳେ କଲେଜ ସସପେଣ୍ଡ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.