୧୨୦ ଏକର ଧାନ ଫସଲ ଜାଳିଦେଲେ ଚାଷୀ

0

ବାଲେଶ୍ବର : ଭୋଗରାଇ ବ୍ଳକ ଗୋପୀନାଥପୁର ପଞ୍ଚାୟତରେ ପ୍ରାୟ ୧୨୦ ଏକର ଧାନ ଫସଲକୁ ଚାଷୀମାନେ ନିଆଁ ଲଗାଇ ଜଳି ଦେଇଛନ୍ତି । ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସଂଯୋଗ କଟିଦେବାରୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥି ଯୋଗୁଁ  ୬ଶହରୁ ଅଧିକ ଚାଷୀ ପ୍ରଭାବିତ  ହୋଇଥିଲେ । ଏପରିକି ଏଥି ପାଇଁ କନିଷ୍ଟ ଯନ୍ତ୍ରୀ ୨୦ ହଜାର ଟଙ୍କା ଲଞ୍ଚ ମାଗିଥିବା ସେମାନେ ଅଭିଯୋଗ  କରିଛନ୍ତି। ଏହାକୁ ନେଇ ଅସନ୍ତୁଷ୍ଟ ଚାଷୀ ନିଜ ଜମିରେ ନିଆଁ ଲଗାଇ ଦେଇଥିଲେ । ଏହାସହ କ୍ଷତିପୂରଣ ନମିଳିଲେ ଆତ୍ମହତ୍ୟା କରିବାକୁ ଚାଷୀମାନେ ଧମକ ଦେଇଛନ୍ତି।

Leave A Reply