ଭୋଜି ଖାଇ ନବଦମ୍ପତ୍ତି ସହ ୩୦ ଅସୁସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ବିବାହ ଭୋଜି ଖାଇ ବର କନ୍ୟାଙ୍କ ସମେତ ୩୦ ଜଣ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସମସ୍ତ ଅସୁସ୍ଥ ମାନଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭିର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଯୋଗୁ ଏପରି ହୋଇଥିବା ପ୍ରାର୍ଥମିକ ସୂଚନାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଜଣଙ୍କର ବିବାହ ଥିଲା ଓ ଗୁରୁବାର ରାତିରେ ଭୋଜିର ଆୟୋଜନ କରାଯାଇଥିଲା। ଭୋଜି ଖାଇବା ପରେ ଗାଁର ପ୍ରାୟ ୩୦ ଜଣ ଲୋକେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାସହ ଭୋଜି ଖାଇ ନବଦମ୍ପତ୍ତି ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ।

Comments are closed.