ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ବାଲେଶ୍ୱର: ସୋମବାର ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍‌ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ତିନି ମାର୍ଗରୁ ଶତ୍ରୁପକ୍ଷର ବିମାନକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ଓ ରୁଷର ମିଳିତ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ୨୯୦ କିମି ଦୂରତା ଲକ୍ଷ୍ୟ ଭେଦ କରିପାରୁଥିବା ବେଳେ ଏହାର ଲମ୍ବ ରହିଛି ୨୮ ଫୁଟ ଓ ଗୋଲେଇ ୨ ଫୁଟ । ଏହାର ଓଜନ ୩ହଜାର କିଲୋଗ୍ରାମ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ସେନାବାହିନୀରେ ସାମିଲ ହୋଇଥିବା ବେଳେ ଆଜି ଏହାର ସଫଳ ପରୀକ୍ଷଣ ହୋଇଛି ।

Leave A Reply