ପୋଲରୁ ଖସି ଜଣେ ମୃତ, ଜଣେ ଆହତ

0

ବାଲେଶ୍ୱର : ସୋମବାର ଅପରାହ୍ନରେ ଚାନ୍ଦିପୁର ଥାନା ପାଗ ନଦୀ ସେତୁ ଉପରୁ ଦୁଇ ଜଣ ବାଇକଆରୋହୀ ଓଲଟି ପଡିଥିଲେ। ଏହି ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ସତ୍ୟ ରଞ୍ଜନ ପଟ୍ଟନାୟକ(୩୩) ଓ ଆହତ ଭରତ ଚନ୍ଦ୍ର ସାହୁ(୨୦) ଶାସଙ୍ଗ ଅଞ୍ଚଳର ଥିବା ଜଣାପଡିଛି। ନାତିର େଓøଷଧ ଅଣିବା ପାଇଁ ସତ୍ୟରଞ୍ଜନ ଯାଉଥିବା ସମୟରେ ପୋଲ ସମ୍ମୁଖରୁ ଅନ୍ୟ ଏକ ଗାଡି ଆସୁଥିବା ଦେଖି ପୋଲ ତଳକୁ ଗାଡିଟି ଖସି ପଡିଥିଲା। ସତ୍ୟରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply