ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ତୁଷୁରା : ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ କନେରସିଂହା ଗ୍ରାମରେ ବିଷପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଯଶୋଦା ମାଝୀ(୨୬)। ଏନେଇ ତୁଷୁରା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ସାତ ବର୍ଷ ତଳେ କଣ୍ଟାମାଳ ଥାନ ଅନ୍ତର୍ଗତ ବଲମମୁଣ୍ଡା ଗ୍ରାମର ଶଙ୍କର ମଲ୍ଳିକଙ୍କ ଝିଅ ଯଶୋଦାଙ୍କ ସହ କନେରସିଂହା ଗ୍ରାମର ଶ୍ୱେରକର୍ଣ୍ଣ ମାଝୀଙ୍କ ବୈବାହିକ ରିତିରେ ବିବାହ କରିଥିଲେ। ଶୁକ୍ରାବାର ଘରେ କେହି ନଥିବା ବେଳେ ଯଶୋଦା ବିଷପାନ କରିଦେଇଥିଲେ। ଏହି ଖବର ପାଇବା ପରେ ତୁରନ୍ତ ପରିବାର ଲୋକେ ଗୁଡଭେଲା ଗୋଷ୍ଠୀ ଚିକିତ୍ସାଳୟ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯଶୋଦା କାହିକିଁ ଏପରି ପଦକ୍ଷେପ ନେଲେ ତାହା ଜଣାପଡି ନଥିବା ପୁଲିସ୍ ତରଫରୁ ପ୍ରକାଶ।

Comments are closed.