ପାଣିରେ ବୁଡ଼ି ବୃଦ୍ଧ ମୃତ

ଲାଠୋର : ବଲାଙ୍ଗୀର ଜିଲା ଲାଠୋର ଗ୍ରାମରେ ଥିବା ରଜାକଟା ଠାରେ ଗୁରୁବାର ସକାଳ ୬ଟାରେ ଜଣେ ବୃଦ୍ଧ ବ୍ୟକ୍ତି ଗାଧୋଉଥିବାବେଳ ପାଣିରେ ଗୋଡ଼ ଖସି ଯିବାରୁ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଲାଠୋର ବାଗପଡାର ତିଲେ ନାଗ(୫୫) ଗୁରୁବାର ସକାଳ ୬ ଟାରେ ରଜାକଟାକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ବାହାରି ନପାରି ପାଣିରେ ବୁଡି ଯାଇଥିଲେ। ଏହି ଖବର ପ୍ରଚାର ହେବାପରେ ତିଲେ ନାଗଙ୍କୁ ନିଜ ପୁଅ ରଘୁ ନାଗ ଓ ପଡାର ଅନ୍ତ ବାଗ ଉଦ୍ଧାର କରିଥିଲେ। ସେ ପରିବାରର ଜଣେ ମାତ୍ର କାର୍ଯ୍ୟକ୍ଷମ ବ୍ୟକ୍ତି ଥିଲେ। ସେ ଜଣେ କିଡନୀ ରୋଗୀ ମଧ୍ୟ ଥିବା ପରିବାର ବର୍ଗଙ୍କ ଠାରୁ ଜଣାପଡିଛି। ତାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକରଛାୟା ଖେଳିଥିବା ବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି। ଏନେଇ ଲାଠୋର ଥାନା କେସ ନଂ ୟୁଡି ୧/୧୯ରେ ଏକ ମାମଲା ରୁଜୁ କରି ଶବକୁ ପୋଷ୍ଟମୋଟମ ପାଇଁ ପଠାଯାଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି।

Comments are closed.