ଜାତୀୟ ଡାକ ସପ୍ତାହ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

କନିଷ୍ଠ ବିଭାଗରେ ନିଷ୍ଠା ଓ ବରିଷ୍ଠ ବିଭାଗରେ ଅଭିଳାଷ ପ୍ରଥମ

ବଲାଙ୍ଗୀର: ଅକ୍ଟୋବର ୯ ରୁ ୧୫ ତାରିଖ ପର୍ୟ୍ୟନ୍ତ ଜାତୀୟ ଡାକ ସପ୍ତାହ ପାଳନ ଉପଲକ୍ଷେ ସ୍ଥାନୀୟ ଅମଲା ଭବନ ଠାରେ “ଆଧୁନିକ ଯୁଗରେ ଡାକ ବିଭାଗର ଉପାଦେୟତା” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଡାକ ବିଭାଗ ତରଫରୁ ବଲାଙ୍ଗୀର ଡାକ ମଣ୍ଡଳ ଅଧିକ୍ଷକ ଦେବୀ ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଲିଟିଲ୍‍ ଫ୍ଲାୱାର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଷ୍ଠା ମିଶ୍ର ପ୍ରଥମ, ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ଜେନା ଦ୍ୱିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସପ୍ତମ ଶ୍ରେଣୀ ଛାତ୍ର ଓମ୍‍ ଅମୃତ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଭଇଁଷାର ଦଶମ ଶ୍ରେଣୀ ଛାତ୍ର ଅଭିଳାଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଦଶମ ଶ୍ରେଣୀ ଛାତ୍ରୀ ସଂସ୍କୃତି ଖମାରୀ ଓ ଲିଟିଲ ଫ୍ଲାୱାର ସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଅନୀଷା ଗୋୟଲ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଦଶମ ଶ୍ରେଣୀ ଛାତ୍ର ଅମିତ କୁମାର ଦାଶ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ବିଚାରକ ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍‍ ସନାତନ୍‍ ଠାକୁର, ଡେଭଲପମେଣ୍ଟ ଅଫିସର, ଡାକ ଜୀବନ ବୀମା ତଥା ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ବିଜନେସ ଏକଜ୍ୟୁକୁଟିଭ୍‍ ଡାକ ବିଭାଗ ଦେବାନନ୍ଦ ପୁଟେଲ, ଡାକ ସହକାରୀ ପଦ୍ମ ଲୋଚନ ବେହେରା, ପ୍ରଶାନ୍ତ ଜାଲ, ଜ୍ୟୋତି ରଂଜନ ଗୁରୁ, ଡାକ ବିଭାଗୀୟ ଅଧିକାରୀ ପରେଶ କୁମାର ପୁଝାରୀ ଓ ଶିକ୍ଷକ ରଞ୍ଜିତ ମିଶ୍ର ସହଯୋଗ କରିଥିଲେ।

Comments are closed.