ବିଧାୟକ ନରସିଂହ ମିଶ୍ରଙ୍କ ମେଡିକାଲ କଲେଜ ପରିଦର୍ଶନ

ବଲାଙ୍ଗୀର : ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜରେ ଚଳିତ ବର୍ଷ ନୂତନ ବ୍ୟାଚର ଆଡମିସନ ପାଇଁ ଅନୁମତି ମିଲିଛି। ଏହା ପୂର୍ବରୁ କଲେଜ ଓ ଡାକ୍ତରଖାନାର ଭତ୍ତିଭୂମି ନେଇ ସ୍ଥାନୀୟ ବିଧାୟକ ମାନ୍ୟବର ନରସିଂହ ମିଶ୍ର ମଙ୍ଗଳବାର ମେଡିକାଲ କଲେଜ ପରିଦର୍ଶନ କରିଥିଲେ। କଲେଜର ଅଧ୍ୟାପନା, ଚିକିତ୍ସା ତଥା ଭତ୍ତିଭୂମିରେ ଥିବା ସମସ୍ୟା ସମ୍ପର୍କରେ ସେ ମେଡିକାଲ କଲେଜର ଡିନ୍‍ ଡ.ଲଳିତ ମେହେର ଏବଂ ସୁପରିଟେଣ୍ଡ ଡ. ନାରାୟଣ ଆ•ର୍ଯ୍ୟଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ କଲେଜ ଏବଂ ହସ୍‍ପିଟାଲରେ ଦରକାର ହେଉଥିବା ବିଭିନ୍ନ ପ୍ରକାର ଭତ୍ତିଭୂମି ତଥା ଅଧ୍ୟାପନା ଓ ଚିକିତ୍ସା ପାଇଁ ଡାକ୍ତର ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଡିନ୍‍ ଡ. ମେହେର ଦୁଇ ତିନି ବର୍ଷ ପରେ ଯେହେତୁ କଲେଜରେ ଛାତ୍ର ଛାତ୍ରୀ ସଂଖ୍ୟା ବଢିବେ ତେଣୁ ବର୍ତ୍ତମାନ ଥିବା ହଷ୍ଟେଲରେ ସ୍ଥାନ ଅଭାବ ଦେଖାଯିବ। ତେଣୁ ୫୦୦ ସିଟ୍‍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ କଲେଜ ପରିସରରେ ନିର୍ମାଣ ହେବାକୁ ଥିବା ଡାକ୍ତରଖାନା ବାବଦରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା। ମେଡିକାଲ କଲେଜ ଡାକ୍ତରଖାନାରେ ହୃଦୟ ଏବଂ ସ୍ନାୟୁ ବିଭାଗର ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ମେଡିକାଲ କଲେଜ ଡାକ୍ତରଖାନା ପାଇଁ ୨୪ ଘଣ୍ଟା ବିଜୁଳି ଓ ପାଣିର ସୁବିଧା, ଡାକ୍ତରଖାନା ଭିତରେ ରୋଗୀ ସ୍ଥାନାନ୍ତର କରିବା ପାଇଁ କିଛି ବ୍ୟାଟେରୀ •ଳିତ ଷ୍ଟେଚର ଗାଡିର ଆବଶ୍ୟକତା, ଡାକ୍ତରଖାନା ପରିସରରେ ରହିଥିବା ଜବରଦଖଲ ସମସ୍ୟା ବିଷୟରେ ଏକ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ମେଡିକାଲ କଲେଜ ପାଇଁ ମିଲିଥିବା ୪୦ ଏକର ଜମିରୁ କିଛି ଜବରଦଖଳ ହୋଇଥିବା ବେଳେ ଏହାର ଉଚ୍ଚେଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହିତ ଆସନ୍ତା ବିଧାନସଭାର ପ୍ରଥମ ଅଧିବେଶନରେ ମେଡିକାଲ କଲେଜ ଓ ଡାକ୍ତରଖାନାର ଅବଶ୍ୟକତା ମୁତାବକ ରିପୋର୍ଟ ପ୍ରଦାନ ପରେ ଆବଶ୍ୟକତା ଅନୁଯାୟି ଅର୍ଥ ଦାବି କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ. ମାନସୀ ପଣ୍ଡା, ଡ. ରାଜଶ୍ରୀ ବିଶ୍ୱାଲ, ଡ. ଜୟନ୍ତିପ୍ରଭା ବେହେରା, ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ବୁଲୁ ଦାନି, ସୁରୁ ମଟାରୀ, ଦିପନ ଯୋଷୀ, ବିଧାୟକଙ୍କ ରାଜନୈତିକ ସଚିବ ଟଙ୍କଧର ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.