ଦୁର୍ନୀତି ନିର୍ବାରଣ ଶପଥ ପାଠ

ବଙ୍ଗୋମୁଣ୍ଡା: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ସୋମବାର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମ ରେ ବଙ୍ଗୋମୁଣ୍ଡା ବିଡିଓ ଦିକ୍ଷିତ ବେହେରାଙ୍କ ସମେତ ଟିଟିଲାଗଡ ଉପଖଣ୍ଡ ର ବରିଷ୍ଠ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

 

Comments are closed.