ଚର୍ଚ୍ଚାରେ ଶାଢୀ ପିନ୍ଧା ଦିଦି ଓ ସରକାରୀ ବାବୁ, ହିତାଧିକାରୀଙ୍କ କାର୍ଡ ଲୁଟ ଅଭିଯୋଗ

ବଲାଙ୍ଗିର: ସାମାଜିକ ସମୀକ୍ଷା ବେଳେ ଆଉ ଏକ କଥା ସାମ୍ନାକୁ ଆସିଛି। ଜଣେ ଶାଢୀ ପିନ୍ଧା ଦିଦି ହିତାଧିକାରୀଙ୍କ ଘରକୁ ଘର ପହଞ୍ଚି କାର୍ଡ ନେଇଯାଉଥିବା ଚର୍ଚ୍ଚା ହେଉଛି। ସେମାନଙ୍କ କାର୍ଡ ଚଳିବ ନାହିଁ, ଭତ୍ତା ମିଳିବ ନାହିଁ କହି ଦିଦି ଜଣଙ୍କ କାର୍ଡ ନେଉଥିବା ବେଳେ ହିତାଧିକାରୀଙ୍କ ପରିବାର ଲୋକେ ବି କିଛି କହିପାରୁ ନାହାନ୍ତି। ଦିଦି ଜଣଙ୍କ କାର୍ଡ ଦେଖିବା ବାହାନାରେ ଲୋକଙ୍କଠାରୁ କାର୍ଡ ଧରି ପଳାଉଥିବା ଅଭିଯୋଗ ହେଉଛି। ତେବେ ଏହି ଦିଦି ଜଣଙ୍କ କିଏ, ତାଙ୍କ ପରିଚୟ କ’ଣ ତାହା କାହାକୁ ଜଣା ନାହିଁ। ଅବଶ୍ୟ ଲୋକେ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ବୋଲି କହୁଛନ୍ତି। ସେହିପରି ମୁରୁବାହାଲ ବ୍ଲକରେ କାର୍ଯ୍ୟରତ ଜଣେ ସରକାରୀ ବାବୁ ବି ଏନ୍ଏସ୍ଏପି ଯୋଜନାରେ ଭତ୍ତା ଖାଉଛନ୍ତି ବୋଲି ଅଭିଯୋଗ ହୋଇଛି । ସାମାଜିକ ସମୀକ୍ଷା ଜରିଆରେ ଜାଲ୍ ହିତାଧିକାରୀ ଚିହ୍ନଟ ହେଉଥିବା ଜଣାପଡିବା ପରେ ଏହି ବାବୁ ଜଣଙ୍କ ଏବେ ମାମଲାକୁ ଚପେଇ ଦେବାକୁ ଭରପୂର ଚେଷ୍ଟା ଚଳାଇଛନ୍ତି। କେମିତି ଏହି ତାଲିକାରୁ ସେ ବାଦ୍ ପଡିବେ ସେଥିପାଇଁ ଯୋଗାଯୋଗ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comments are closed.