ଏସିଆନ କୁସ୍ତି ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏସିଆନ କୁସ୍ତି ଚ୍ୟାମ୍ପିୟନସିପ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁରୁଷ ୬୫କେଜି ଫାଇନାଲରେ କଜାଖସ୍ତାନର ସୟାତବେକ ଓକାସୋବଙ୍କୁ ୧୨-୭ ପଏଣ୍ଟରେ ପରାସ୍ତ କରିଛନ୍ତି। ଖେଳ ମଝିରେ ଚ୍ୟାମ୍ପିୟନ ବଜରଙ୍ଗ ପୁନିଆ ୨-୭ ପଏଣ୍ଟରେ ପଛରେ ଥିଲେ। ଖେଳର ୬୦ସେକେଣ୍ଡ ବାକିଥିବା ବେଳେ ବଜରଙ୍ଗ ୩ପଏଣ୍ଟ ହାସଲ କରି ମ୍ୟାଚ ନିଜ ନାମରେ କରିଛନ୍ତି। ଏହି ପ୍ରତିଯୋଗିତାରେ ବଜରଙ୍ଗ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Comments are closed.