ବଜାରକୁ ଆସିଲା ବଜାଜର ଆଭେଞ୍ଜର ଷ୍ଟ୍ରିଟ୍‍ ୧୬୦ ଏବିଏସ୍‍

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ୍‍ ତାର ସର୍ବାଧିକ ବିକ୍ରି ହେଉଥିବା ଆଭେଞ୍ଜର ସିରିଜ ବାଇକର ନୂଆ ମଡେଲ ‘ଆଭେଞ୍ଜର ଷ୍ଟ୍ରିଟ୍‍ ୧୬୦ ଏବିଏସ’ର ବଜାର ପ୍ରବେଶ କରାଯାଇଛି। ବଜାରରେ ଏହି ବାଇକର ମୂଲ୍ୟ ୮୦ହଜାରରୁ ୮୩ ହଜାର ଟଙ୍କା ମଧ୍ୟରେ ରହିଛି। ଯୁବକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଦୁଇଟି ନୂଆ ରଙ୍ଗ ସ୍ପାଇସ୍‍ ରେଡ ଓ ଇବୋନି ବ୍ଲାକରେ ବାଇକକୁ ବଜାରକୁ ଛାଡିଛି। ଏହାଛଡା ବାଇକରେ ୧୬୦.୪ସିସି ଇଞ୍ଜିନ, ୫ସ୍ପିଡ ଗିୟରବକ୍ସ, ସମ୍ମୁଖ ଭାଗରେ ୨୬୦ଏମଏମ ଡିସ ବ୍ରେକ, ପଛ ଭାଗରେ ୧୩୦ଏମଏମ ଡ୍ରମ ବ୍ରେକ ଆଦି ଉପଲବ୍ଧ ରହିଛି। ଏହି ବାଇକରେ ଏକକ ଚ୍ୟାନେଲ ବ୍ରେକିଂ ସିଷ୍ଟମ(ଏବିଏସ୍‍) ସୁବିଧା ମଧ୍ୟ ରହିଛି। ପୂରୁଣା ବାଇକ ତୁଳନାରେ ଏହି ବାଇକରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। ଅତ୍ୟାଧୁନିକ ସୁବିଧା କଥା କହିବାକୁ ଗଲେ ବାଇକରେ ଏଲଇଡି ଡିଆରଏଲଏସ ହେଡଲ୍ୟାମ୍ପ, ନୂଆ ଗ୍ରାଫିକ୍ସ ଆଦି ସୁବିଧା ରହିଛି।

Comments are closed.