ବଜାରକୁ ଆସିବ ବଜାଜ୍‍ କ୍ୟୁଟ କାର

0

ନୂଆଦିଲ୍ଲୀ : ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ବଜାଜ୍‍ ନିଜର ବହୁ ପ୍ରତିକ୍ଷିତ କାରର ବଜାର ପ୍ରବେଶ କରାଇବାକୁ ପ୍ରସ୍ତୁତି ଚଳାଇଛି। ବଜାଜ୍‍ କ୍ୟୁଟ୍‍ ଚାରିଚକିଆ ଯାନକୁ ଭାରତୀୟ ସଡକ ଓ ପରିବହନ ବିଭାଗର ମଞ୍ଚୁରୀ ମିଳିସାରିଛି। ବଜାଜ୍‍ କ୍ୟୁଟ୍‍ ଏକ କ୍ୱାଡ୍ରିସାଇକେଲ। ମେଡ୍‍ ଇନ ଇଣ୍ଡିଆ ବଜାଜ କ୍ୟୁଟ କ୍ୱାଡ୍ରିସାଇକେଲକୁ ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ବଜାରକୁ ଆମଦାମୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ମାସରେ ଏହି କାରକୁ ଭାରତୀୟ ବଜାରରେ ପ୍ରବେଶ କରାଯିବ।
ବାଜାଜ୍‍ କ୍ୟୁଟ କାରରେ ୨୧୬.୬ସିସି ବିଶିଷ୍ଟ ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହାବ୍ୟତୀତ ଏଥିରେ ୫ସ୍ପିଡ ଗିୟରବକ୍ସ ରହିଛି। ଯାହା ଘଣ୍ଟା ପ୍ରତି ବେଗ ୭୦କିମି ରହିଛି। ୧ଲିଟର ତେଲରେ ଗାଡି ୩୫କିମି ଯିବାର ସୁବିଧା ରହିଛି। କମ୍ପାନୀ ଏହି କାରର ମୂଲ୍ୟ ୨ଲକ୍ଷ ଟଙ୍କା ରହିଛି।

Leave A Reply