ଆସିଲା ବଜାଜ୍‍ ପଲସର ସବୁଠୁ ଶସ୍ତା ବାଇକ

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ୍‍ ପଲସର ନୂଆ ମଡେଲ ଏନଏସ୍‍୧୨୫ର ପୋଲାଣ୍ଡରେ ବଜାର ପ୍ରବେଶ କରାଇଛି। କମ୍ପାନୀ ଏହାର ମୂଲ୍ୟ ପିଏଲଏନ ୭,୯୯୯(୧.୫୯ ଲକ୍ଷ ଟଙ୍କା) ରହିଛି। ଆଗାମୀ ବର୍ଷ ଭାରତରେ ପଲସର୧୨୫ ଭାରତରେ ବଜାର ପ୍ରବେଶ କରାଯିବ ବୋଲି ସୂଚନା ମିଳିଛି। ଭାରତରେ ଏହାର ମୂଲ୍ୟ ୬୦,୦୦୦ ହଜାର ଟଙ୍କା ରହିବ। ବଜାରରେ ଏହାର ପ୍ରତିଯୋଗିତା ହୋଣ୍ଡା ସିବି ସାଇନ ଏବଂ ହିରୋ ଗ୍ଲାମର ଭଳି ବାଇକ ସହ ହେବ। ପଲସର୍‍ ସିରିଜର ଏହାର ସବୁଠାରୁ ଶସ୍ତା ଗାଡି କୁହାଯାଉଛି। ଏହା ବଜାଜ୍‍ର ପଲସର ଏନଏସ୍‍୧୩୫କୁ ସ୍ଥାନ ଅଧିକାର କରିବ। ଏହି ବାଇକ ପୂରୁଣା ମଡେଲ ସହ ବହୁତ ସାମଞ୍ଜସ୍ୟ ରହିଛି। ପଲସର ଏନଏସ୍‍୧୨୫ରେ ୧୨୪.୪ସିସି ଇଞ୍ଜିନ, ୧୨ ବିଏଚପି, ୫ସ୍ପିଡ ଗିୟରବକ୍ସ ରହିଛି। ବାଇକର ଆକର୍ଷଣୀୟ ରୂପ ଏହାର ଅତ୍ୟାଧୁନିକ ସୁବିଧା ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା କମ୍ପାନୀ କହିଛି।

Leave A Reply