ଘୋଷଣା ହେଲା ନାହିଁ ବୈଜୟନ୍ତଙ୍କ ଇସ୍ତଫା

0

ନୂଆଦିଲ୍ଲୀ: ଲୋକସଭା ଅଧ୍ୟକ୍ଷ ତଥା ବାଚସ୍ପତି ସୁମିତ୍ରା ମହାଜନ ଗତ କିଛି ଦିନ ମଧ୍ୟରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ବାଚସ୍ପତି ସୁମିତ୍ରାଙ୍କ ଦ୍ୱାରା ଘୋଷିତ ଆଠ ଜଣ ସାଂସଦଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ସ୍ଥାନ ପାଇ ନାହିଁ। ଇତିମଧ୍ୟରେ ଇସ୍ତଫା ଗୃହୀତ ହୋଇଥିବା ସାଂସଦଗୁଡ଼ିକ ହେଲେ କର୍ଣ୍ଣାଟକ ସିମୋଗାର ବି ଏସ ୟେଦୁରପ୍ପା, ବେଲ୍ଲାରୀରୁ ବି. ଶ୍ରୀରାମୁଲୁ, ମାଣ୍ଡ୍ୟାରୁ ଏସ ପୁଟ୍ଟାରାଜୁ, ଆନ୍ଧ୍ର ପ୍ରଦେଶର ନେଲ୍ଲୁରରୁ ମେକାପତି ରାଜମୋହନ ରେଡ୍ଡି, କଡ୍ଡପ୍ପାରୁ ୱାଇ ଏସ ଅଭିନାଶ ରେଡ୍ଡି, ରାଜମପେଟରୁ ପି ଭି ମିଦୁନ ରେଡ୍ଡି, ତିରୁପତିରୁ ବାରା ପ୍ରସାଦ ରାଓ, ବେଲଗାପପଲ୍ଲୀ ଓ ଓଙ୍ଗଲରୁ ୱାଇ ବି ସୁବ୍‌ବା ରେଡ୍ଡି ଅଛନ୍ତି। ଗତ ଜୁନ ୭ରୁ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ବିଷୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ କିଛି ଉଲ୍ଲେଖ କରିନଥିଲେ।

Leave A Reply