ବୈଜୟନ୍ତଙ୍କ ଗିରଫ ଦାବିରେ ଗାନ୍ଧିମୂର୍ତ୍ତି ତଳେ ବିଜେଡିର ଧାରଣା

0

ଭୁବନେଶ୍ବର : ବିଜୁ ଜନତା ଦଳର ବିଧାୟକମାନେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସାମ୍ବାଦିକ ତଥା ଲେଖକ ଅଭିଜିତ ଆୟର ମିତ୍ରଙ୍କ ଗିରଫ ଦାବି କରିଛନ୍ତି । ଏହାକୁ ନେଇ ବିଜେଡି ବିଧାୟକ ଗୃହ ବାହାରକୁ ଆସି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଲଗାତର ଭାବେ ଆଜି ଅଷ୍ଟମ ଦିନରେ ବିଧାନସଭାର ପ୍ରଶ୍ନ କାଳ ଚାଲିପାରି ନଥିଲା ।

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ଉଡିବା ଘଟଣା ନୂଆମୋଡ ନେଇଛି । ସେପ୍ଟମ୍ବର ୧୫ ରେ ବୈଜୟନ୍ତ ପଣ୍ଡା ଦୁଇ ସାଥୀଙ୍କ ସହ ହେଲିକପ୍ଟରେ ଚିଲିକା ସମେତ ପୁରୀ, କୋଣାର୍କ ଓ ଚିଲିକା ଉଡାଣକୁ ନେଇ ଅଭିଯୋଗ ହୋଇଥିଲା । ଏହା ସହ ସାତକୋଶିଆ, ଭିତରକନିକା, ଶିମିଳିପାଳ ଉପରେ ହେଲିକପ୍ଟର ଉଡିଥିବା ସୋସିଆଲ ମିଡିଆରୁ ଜଣାପଡିଛି । ବୈଜୟନ୍ତ ପଣ୍ଡାଙ୍କ ସାଙ୍ଗରେ ଥିବା ଅଭିଜିତ ଆୟର ମିତ୍ର କୋଣାର୍କକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ବିବୃତି ଦେଇଛନ୍ତି । ଯାହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆଘାତ ପହଞ୍ଚିଛି ବୋଲି ବିଜେଡି ଅଭିଯୋଗ କରି ସେମାନଙ୍କ ଗିରଫ ଦାବି କରିଛି।

Leave A Reply