ଚୀନରେ ମୁକ୍ତିଲାଭ କରିବ ବାହୁବଳୀ-୨, ଆୟ ୨୦୦୦ କୋଟି ଟପିବ

0

ବେଜିଂ: କେତେକ ବଲିଉଡ ସିନେମା ଚୀନ ବକ୍ସ ଅଫିସରେ ସଫଳତା ପାଇସାରିଛି। ଏହି କ୍ରମରେ ସୁପରହିଟ୍‌ ଫିଲ୍ମ ବାହୁବଳୀ-୨ ଦି କନକ୍ଲୁଜନ୍‌ ଚୀନରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଚୀନ ସେନସର ବୋର୍ଡ ରିଲିଜ ଅନୁମତି ଦେଇଛି। ତେବେ ଏହାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ସୂଚନାଯୋଗ୍ୟ, ଭାରତରେ ବାହୁବଳୀ ଦି ବିଗନିଙ୍ଗ୍‌ ଓ ବାହୁବଳୀ ଦି କନକ୍ଲୁଜନ୍‌ ବହୁଗୁଡିଏ ରେକର୍ଡ ହାସଲ କରିଛି। ତେବେ ଚୀନରେ ବାହୁବଳୀ ପ୍ରାୟ ୩୦୦ କୋଟି ଆୟ କରିବ ବୋଲି ଅନୁମାନ କରାଯାଉଛି। ଏହିପରି ଭାବେ ବାହୁବଳୀ -୨ ଗ୍ଲୋବାଲ ବକ୍ସ ଅଫିସ୍‌ରେ ୨୦୦୦ କୋଟି ଆୟ କରିବାରେ ପ୍ରଥମ ଭାରତୀୟ ସିନେମା ହେବାକୁ ଯାଉଛି।

Leave A Reply