ପିଏମ ମୋଦୀ ପରେ ବିବାଦରେ ମମତାଙ୍କ ଉପରେ ନିର୍ମିତ ‘ବାଘିନୀ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନକାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଜୀବନ କାହାଣୀ ଉପରେ ‘ବାଘିନୀ’ ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଦେଇଛି। ମମତା ବାନାର୍ଜିଙ୍କ ଉପରେ ଆଧାରୀତ ନିର୍ମିତ ଚଳଚ୍ଚିତ୍ରକୁ ପ୍ରତିବନ୍ଧକ ଲଗାଇବା ପାଇଁ ବିଜେପି ନିର୍ବାଚନ ଆୟୋଗକୁ ପତ୍ର ଲେଖିଛି। ଏହି ବାୟୋପିକ ଚଳଚ୍ଚିତ୍ର ମେ ୩ ତାରିଖରେ ମୁକ୍ତିଲାଭ କରିବ।
ଏହି ଚଳଚ୍ଚିତ୍ରକୁ ପୁନଃ ଦେଖି ବିଚାର କରିବା ପାଇଁ ବିଜେପି ନିର୍ବାଚନ କମିଶନକୁ ଚିଠିରେ ଉଲ୍ଲେଖ କରିଛି। ଏହାପରେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ପିଏମ ମୋଦୀ ଚଳଚ୍ଚିତ୍ରକୁ ଯେଉଁ ଦୃଷ୍ଟିରେ ଦେଖାଯାଇଛି ମମତାଙ୍କ ‘ବାଘିନୀ’ଙ୍କ ଚଳଚ୍ଚିତ୍ରକୁ ମଧ୍ୟ ସେହି ଦୃଷ୍ଟିରେ ଦେଖାଯିବା ଦରକାର ବୋଲି ବିଜେପି କହିଛି। ଏହାକୁ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୁମା ଚକ୍ରବର୍ତ୍ତିଙ୍କ କହିବା ଅନୁସାରେ ଏହା ବୟୋପିକ ନୁହେଁ ଚଳଚ୍ଚିତ୍ର ବୋଲି କହିଛନ୍ତି। ଅନ୍ୟପକ୍ଷରେ ପିଏମ ମୋଦୀ ଚଳଚ୍ଚିତ୍ରକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଦାୟିତ୍ୱ ଦେଇଛନ୍ତି।

Comments are closed.