ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ

0

କେନ୍ଦୁଝରଗଡ଼ : ଚଳିତ ମାସ ୬ ତାରିଖରେ ଘସିପୁରା ବସ୍‍ଷ୍ଟାଣ୍ଡରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକଙ୍କୁ ଆକ୍ରମଣ ଏବଂ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନାରେ ପଶି ପୁଲିସ ଆକ୍ରମଣ ସହ ଗିରଫ ଅଭିଯୁକ୍ତକୁ ଛଡ଼ାଇ
ନେବା ଘଟଣାରେ ପୁଲିସ ଘସିପୁରା ବିଧାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଓରଫ ଟୁଟୁଙ୍କୁ ବୁଧବାର ରାତିରେ ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି। ଟୁଟୁଙ୍କୁ ଗିରଫ ପରେ ପୁଲିସ ଅଧିକ ପଚରାଉଚରା ଜାରି ରଖିଛି। ତେବେ ଏହି ଘଟଣା ପରେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

Leave A Reply