ଏସୀୟ ଜୁନିୟର ବ୍ୟାଡମିଣ୍ଟନ: କ୍ୱାର୍ଟରରେ ଭାରତ

0

ଜାକର୍ତ୍ତା : ଗ୍ରୁପ୍‍ ମ୍ୟାଚରେ କୋରିଆ ନିକଟରୁ ପରାସ୍ତ ହୋଇଥିବା ସତ୍ତ୍ବେ ଭାରତ ଏଠାରେ ଚାଲିଥିବା ଏସୀୟ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଶନିବାର ଗ୍ରୁପ୍‍-ସି’ର ପ୍ରଥମ ମୁକାବିଲାରେ ଭାରତ କାଜାଖସ୍ତାନକୁ ୫-୦ରେ ପରାସ୍ତ କରିଥିବାବେଳେ ରବିବାର ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ଅନୁରୂପ ବ୍ୟବଧାନରେ ହରାଇଥିଲା। ତେବେ ରବିବାର ଶେଷ ଲିଗ୍‍ ମୁକାବିଲାରେ କୋରିଆ ୪-୧ରେ ଭାରତକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ଜାପାନକୁ ଭେଟିବ।

Leave A Reply