ସଡକ ଦୁର୍ଘଟଣା​‌ରେ ୩ଗୁରୁତର

0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ବଡ଼ସାହି-ବୈଦ୍ୟପୁର ରାସ୍ତାର ଛେଳିଆ ନିକଟରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଏକ ଟାଟା ଏସି ଭ୍ୟାନ ନଂ(ଓଆର୦୧ଏନ୍‍-୧୮୩୭) ଗୋଟିଏ ସାଇକେଲକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଛି। ଫଳରେ ସାଇକେଲ ଆରୋହୀ ସମେତ ତିନି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଘୁଷୁରିଆ ଗ୍ରାମ ଶୁକ୍ରା ସିଂଙ୍କ ଝିଅ ସାଗର(୧୭) ଓ ପତ୍ନୀ ସୋମବାରୀ(୩୮) ଏବଂ ଧାନପୋତା ଗ୍ରାମର ସାଇକେଲ ଆରୋହୀ ରାଜୁ ମାଝୀ(୩୧)। ସେମାନଙ୍କୁ ପ୍ରଥମେ ବଡ଼ସାହି ପରେ ବାରିପଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗାଡିଟି ଭାରସାମ୍ୟ ହରାଇ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭ୍ୟାନକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Leave A Reply