ବଡ଼ସାହି ଉପଡ଼ାକଘର ୨.୫୯ଲକ୍ଷ ଟଙ୍କା ଅନିୟମିତତା ଘଟଣା

0

ବଡ଼ସାହି : ସରକାରୀ ଅର୍ଥ ଅନିୟମିତତା ପାଇଁ ନିଲମ୍ବିତ ହୋଇଥିବା ମୟୂରଭଞ୍ଜ ଜିଲା ବଡ଼ସାହି ଉପଡ଼ାକଘରର ପୋଷ୍ଟମାଷ୍ଟର ଘନଶ୍ୟାମ କିସ୍କୁ(୩୫)ଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯାଇଛି। ଡ଼ାକବିଭାଗ ପକ୍ଷରୁ ବଡ଼ସାହିର ଡ଼ାକ ନୀରିକ୍ଷକ ଅଶୋକ ମଣ୍ଡଳଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ୍‍ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ବଡ଼ସାହି ନିକଟ ରଙ୍ଗାଡ଼ିହା ଗ୍ରାମର ଦୁଃଖିଶ୍ୟାମ କିସ୍କୁଙ୍କ ପୁଅ ଘନଶ୍ୟାମ ବଡ଼ସାହି ଉପଡ଼ାକଘରର ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ୨୦୧୭ ମସିହାରୁ ୨୦୧୮ ସେପ୍ଟେମ୍ବର ୨ତାରିଖ ମଧ୍ୟରେ ଏହି ଡାକଘରୁ ୨ଲକ୍ଷ ୫୯ହଜାର ୪୦ଟଙ୍କାର ପୋଷ୍ଟାଲ ଷ୍ଟାମ୍ପ ଅର୍ଥ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ସିଲିଗୁଡ଼ି, ଗୁଣ୍ଟୁର ଓ କଟକ ଆଦି ସ୍ଥାନର ପାର୍ସଲ ସାମଗ୍ରୀରେ ଲାଗୁଥିବା ଷ୍ଟାମ୍ପର ସରକାରୀ ଅର୍ଥ ଦାଖଲ କରାଯାଇନଥିବା ଅଭିଯୋଗ ହୋଇଥିଲା। ଫଳରେ ଡ଼ାକପାଳ ୨୦୧୮ ନଭେମ୍ବର ୨୦ତାରିଖରେ ଘନଶ୍ୟାମଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତାଙ୍କ ନିର୍ଦେଶରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ମଙ୍ଗଳବାର ସନ୍ଧ୍ୟାରେ ଉପରୋକ୍ତ ଅଭିଯୋଗ ବିଭାଗ ପକ୍ଷରୁ କରାଯିବାରୁ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଜୟନାରାୟଣ ଖଣ୍ଡାଇ କହିଛନ୍ତି।

 

Leave A Reply