ମେଟାଲ ବୋଝେଇ ଟ୍ରାକ୍ଟର ଜବତ

0

ବଡ଼ସାହି : ମଙ୍ଗଳବାର ସକାଳେ ଡୁକୁରା ରେଞ୍ଜ ବନବିଭାଗର କର୍ମଚାରୀମାନେ ବାଇଗଣବାଡିଆ ଠାରେ ଏକ ମେଟାଲ ବୋଝେଇ ଟ୍ରାକ୍ଟର (ନଂ ଓଡି୧୧ଏଫ-୫୫୭୭)କୁ ଜବତ କରିଛନ୍ତି। ଶିମିଳିପାଳ ସଂଲଗ୍ନ ମହୁଲକରକଚିଆ ଗାଁ ପାଖ ବଡହୁଡିସ୍ଥିତ ଏକ ବେଆଇନ ପଥର ଖାଦାନରୁ ମେଟାଲ ନେଇ ଆସୁଥିବା ବେଳେ ବନବିଭାଗ ପକ୍ଷରୁ ଉକ୍ତ ଗାଡିକୁ ଅଟକ ରଖି ଯାଞ୍ଚ କରିଥିଲେ। ଗାଡିର ଚାଳକ ପରିବହନ ସମ୍ବନ୍ଧୀୟ ଆବଶ୍ୟକ କାଗଜପତ୍ର ସହିତ ରୟାଲଟି ଦେଖାଇ ନପାରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply