ବଡ଼ସାହିରେ ହୋଡିଙ୍ଗ ବ୍ୟାନର ଉଚ୍ଛେଦ ଆରମ୍ଭ 

0

ବଡ଼ସାହି : ରବିବାର ସାଧାରଣ ନିର୍ବାଚନ ଘୋଷଣା ସାଙ୍ଗକୁ ଆଚରଣବିଧି ଲାଗୁ ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ବଡ଼ସାହି ବ୍ଳକ ଅଞ୍ଚଳରେ ଲଗାଯାଇଥିବା ବିଭିନ୍ନ ସରକାରୀ ଓ ରାଜନୈତିକ ଦଳ ତଥା ଆଶାୟୀ ପ୍ରାର୍ଥୀଙ୍କ ହୋଡିଂ ଓ ବ୍ୟାନର ସବୁ ହଟାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସିଷ୍ଟାଣ୍ଡ ଇଲେକ୍ଟ୍ରରାଲ ରେଜିଷ୍ଟ୍ରେସନ ଅଫିସର ତଥା ବଡ଼ସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ଆସିଷ୍ଟାଣ୍ଡ ରିଟର୍ଣ୍ଣି ଅଫିସର ତଥା ବଡ଼ସାହି ତହସିଲଦାର ଅମୀୟ କୁମାର ରାଉତଙ୍କ ଉପସ୍ଥିତିରେ ବେସରକାରୀ ସ୍ଥାନରେ ଲାଗିଥିବା ହୋଡିଂ ଓ ବ୍ୟାନର ସବୁ କାଢି ନିଆଯାଉଛି। ତେବେ ବଡ଼ ବଡ଼ ହୋଡିଂରୁ ବ୍ୟାନର ସହିତ ଦଳୀୟ ପତାକା ସବୁ କାଢି ନିଆଯାଉଥିବା ବେଳେ ରାସ୍ତା ପାର୍ଶ୍ବ ବିଦ୍ୟୁତ ଖୁଣ୍ଟ ଓ ପୋଲରେ ଲେଖା ହୋଇଥିବା ନାମ ଓ ଦଳୀୟ ଚିହ୍ନକୁ ହଟାଇବା ପାଇଁ କଂଗ୍ରେସର ଯୁବନେତା ଶଶାଙ୍କ ଶେଖର କର ଦାବି କରିଛନ୍ତି।

Leave A Reply