ଶିମିଳିପାଳ ପାଦଦେଶରେ ବେଆଇନ ବ୍ଲାଷ୍ଟି୍‍ଂ

0

ବଡ଼ସାହି : ଶିମିଳିପାଳ ପାଦଦେଶରେ ଥିବା ଏକ ବେଆଇନ ପଥର ଖାଦାନରୁ ରବିବାର ବଡ଼ସାହି ପୁଲିସ ଏକ କମ୍ପ୍ରେସର ସହିତ ଜିପକୁ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ ପୂର୍ବକ ତଦନ୍ତ ଜାରି ରହିଛି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ପେଟ୍ରୋଲିଂ କରୁଥିବା ସମୟରେ ବଡ଼ସାହି ଥାନା ଅଧିକାରୀ ଜୟନାରାୟଣ ଖଣ୍ଡାଇ ପଥର ବ୍ଳାଷ୍ଟିଙ୍ଗ ଶବ୍ଦ ଶୁଣି ଖାଦାନରେ ଚଢଉ କରିଥିଲେ। ସେଠାରେ ମାଫିଆମାନେ ବେଆଇନ ଭାବେ ଏକ କମ୍ପ୍ରେସର ବ୍ଳାଷ୍ଟିଙ୍ଗ କରୁଥିଲେ। ପୁଲିସକୁ ଦେଖି ମାଫିଆମାନେ ସେଠାରୁ ପଳାଇଥିବା ବେଳେ କମ୍ପ୍ରେସର ମେସିନ, ଜିପ ନମ୍ବର ଓଆର୦୫ଏ-୦୩୯୨ ଓ ବ୍ଳାଷ୍ଟିଙ୍ଗରେ ବ୍ୟବହୃତ ବିଭିନ୍ନ ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି। ମେସିନ ଓ ଜିପ୍‍ର ମାଲିକାନା ସମ୍ପର୍କରେ ଖୋଳତାଡ କରାଯାଉଛି।

ପ୍ରକାଶ ଥାଉ କି, ଶିମିଳିପାଳ ପାଦଦେଶରେ ଏକାଧିକ ଖାଦାନ ବେଆଇନ ଭାବେ ଚାଲିଥିବା ବେଳେ କୋଟି କୋଟି ଟଙ୍କା ଲୁଟ ପାଇଁ ସରକାରଙ୍କ ରାଜସ୍ୱ ନଷ୍ଟ ହେଉଛି। ତତ୍‍ ସହିତ ଶିମିଳିପାଳ ଅଭୟାରଣ୍ୟ ପାଇଁ ବିପଦ ସୃଷ୍ଟି ହେଉଛି। ବନବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ବେଆଇନ ଖଣି ଉତ୍ତୋଳନକୁ ବନ୍ଦ କରିବାରେ ବିଫଳ ରହୁଥିବାରୁ ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ଜିଲା ପ୍ରଶାସନ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଦ୍ୱାରା ବାରମ୍ବାର ଚଢାଉ କରାଗଲେ ଏଥିରେ ଅଙ୍କୁଶ ଲାଗିପାରିବ।

Leave A Reply