ବାପ ଛେଉଣ୍ଡ କନ୍ୟା ସନ୍ତାନକୁ ବଳାତ୍କାର ଅଭିଯୋଗ

0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଥାନାର ଏକ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ଟାରେ ଜଣେ ୬ବର୍ଷ ବୟସ ବାପ ଛେଉଣ୍ଡ ଝିଅ ବଳାତ୍କାରର ଶିକାର ହୋଇଥିବା ଜଣାପଡିଛି। ସେ ଗୁରୁତର ଥିବାରୁ ତାଙ୍କୁ ବଡ଼ସାହି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକୁଟିଆ ପାଇ ପ୍ରଲୋଭିତ କରି ସମ୍ମୁଖ ଘରର ଜୈନେକ ବିବାହିତ ପୁରଷ ଏପରି କୁକର୍ମ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି। ସମ୍ପୃକ୍ତ ଗାଁରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୁଲିସ୍‍ ତଦନ୍ତ କରୁଛି।

Leave A Reply