ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0

ବଡ଼ସାହି : ସୋମବାର ବାବା କଖାରୁଆ ବୈଦ୍ୟନାଥ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ନିବେଦିତା ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ୧୨ଦିନ ଧରି ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଅମିତା ପଣ୍ଡା ଉପସ୍ଥିତ ରହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିବିରରେ ୭୯ଜଣ ଛାତ୍ରୀ ଚଳିତ ବର୍ଷ ଶିକ୍ଷା ଗ୍ରହଣ କରିବେ। ବୈଶିଙ୍ଗା ମହାତ୍ମାଗାନ୍ଧୀ ମହାବିଦ୍ୟାଳୟର ଛାତ୍ରୀ ଜୟଶ୍ରୀ ଜେନା ଆତ୍ମରକ୍ଷା ପ୍ରଶିକ୍ଷକ ଭାବେ ଶିକ୍ଷା ପ୍ରଦାନ କରୁଛନ୍ତି। କଲେଜର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଛନ୍ତି।

Leave A Reply