ଖରାପ ପାଗ ଯୋଗୁଁ କୋଲକତା ବଦଳରେ ଭୁବନେଶ୍ୱରରେ ଅବତରଣ କଲେ ଦୁଇଟି ବିମାନ

କୋଲକତା .- ଖରାପ ପାଗ କାରଣରୁ କୋଲକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦୁଇଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ଏମାନଙ୍କର ଦିଗ ପରିବର୍ତ୍ତନ କରାଯାଇ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।

ଶନିବାର ସନ୍ଧ୍ୟାରେ କୋଲକତାରେ ପ୍ରବଳ ବର୍ଷା ସହ ପବନ ବହିଥିଲା । ଏହି କାରଣରୁ ରନଓ୍ୱେ ଦେଖାଯାଉ ନଥିବା ବେଳେ ଖସଡାପରି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ଦୁଇଟି ବିମାନ ଭୁବନେଶ୍ୱରରେ ଅବତରଣ କରିଛନ୍ତି ।

Comments are closed.