ବ୍ରଣରେ ଟୁଥପେଷ୍ଟ ଲଗାଉଛନ୍ତି କି? ସାବଧାନ ହୋଇପାରେ କ୍ଷତିକାରକ

ବ୍ରଣରେ ଟୁଥପେଷ୍ଟ ଲଗାଇବା ପାଇଁ ଅନେକ ଲୋକ ପରାମର୍ଶ ଦେବାର ଆପଣ ଶୁଣିଥିବେ । ହେଲେ ଏପରି କରିବା ଦ୍ୱାରା ବ୍ରଣ ଭଲ ହେବା ପରିବର୍ତ୍ତେ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ ବୋଲି ସେମାନଙ୍କୁ ଜଣାନଥାଏ । ଯଦିଓ ଟୁଥପେଷ୍ଟରେ ବେକିଙ୍ଗ୍ ସୋଡ଼ା, ହାଇଡ୍ରୋଜେନ୍ ପେରୋକ୍ସାଇଡ଼୍, ଆଲକହଲ୍ ଆଦି ରହିଥାଏ, ଯାହା ବ୍ରଣକୁ ଭଲ କରିବାରେ ସହାୟକ ହୋଇଥାଏ। କିନ୍ତୁ ଏହା ଦ୍ବାରା ତ୍ବଚା ଉପରେ ଖରାପ ପ୍ରଭାବ ପଡିଥାଏ ।

ଏଥିରେ ଥିବା ଟ୍ରିକ୍ଲୋସନ୍ ବ୍ରଣ କରାଉଥିବା ଜୀବାଣୁକୁ ନଷ୍ଟ କରିଦେଇଥାଏ । କିନ୍ତୁ ଏହାଦ୍ୱାରା ତ୍ୱଚାରେ ଆଲର୍ଜି ହେବାର ଆଶଙ୍କା ରହିଥାଏ। ତ୍ୱଚା କୁଣ୍ଡେଇ ହେବା ଓ ଜଳା ପୋଡା କରିବାର ଅନେକ ସମ୍ଭାବନା ଥାଏ। ବଡ଼ ବ୍ରଣଗୁଡ଼ିକ ଉପରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହେବାକୁ ଲାଗିଥାଏ ସତ, ହେଲେ ଏହାଦ୍ୱାରା ତ୍ୱଚା ବହୁତ ଶୁଷ୍କ ଓ ରୁକ୍ଷ ହୋଇ ଯାଇଥାଏ। ବ୍ରଣରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ତ୍ୱଚାରେ ଚିହ୍ନ ମଧ୍ୟ ରହିପାରେ । ତେଣୁ ବଣରେ ଟୁଥପେଷ୍ଟ ଲଗାଇବାରୁ ବଞ୍ଚନ୍ତୁ।

Comments are closed.