ଦୁଃସ୍ବପ୍ନ ଦେଖୁଛନ୍ତି କି ? ଆପଙ୍କ ଖାଦ୍ୟ ହୋଇପାରେ ଏହାର କାରଣ

0

ଆନେକ ସମୟରେ ଆମେ ବାରମ୍ବାର ଦୁଃସ୍ବପ୍ନ ଦେଖିଥାଉ। ଏଥିପାଇଁ ଭାଗ୍ୟକୁ ଦୋଷ ଦେଉ କିମ୍ବା ଖରାପବେଳା ପଡ଼ିଥିବାର ଅନୁମାନ କରୁ। ଏସବୁ ଅମୂଳକ ତଥ୍ୟ ପ୍ରକୃତରେ ଭୁଲ୍।

କାନାଡା ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ଦଳ ସଂଖ୍ୟାଧିକ ଲୋକଙ୍କ ଉପରେ ପରୀକ୍ଷା କରିବା ପରେ ଏ ନେଇ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। କେତେପ୍ରକାର ଖାଦ୍ୟ ଅଛି, ଯାହାକୁ ରାତିବେଳା ଭୋଜନ କଲେ ଦୁଃସ୍ବପ୍ନ ଆସିବାର ମୁଖ୍ୟ କାରଣ ହୋଇଥାଏ।

ଖିରଜାତୀୟ ଦ୍ରବ୍ୟ, ରାତିବେଳା ଏହାକୁ ଖାଇଲେ ଭଲନିଦ ହୋଇଥାଏ। କାରଣ ଏଥିରେ ଥିବା ଟ୍ରିପ୍ଟୋଫ୍ୟାନ୍ ତତ୍ତ୍ବଟି ନିଦ ହେବାର ସହାୟକ ହୁଏ କିନ୍ତୁ ଏସବୁ ସେବନ କଲେ ଦୁଃସ୍ବପ୍ନ ଆସିବାର ଆଶଙ୍କା ଅଧିକ। ରାତିବେଳା ଦହି, ଆଇସକ୍ରିମ୍, ଖିର, ଛେନା ନ ଖାଇବାକୁ ଚେଷ୍ଟା କରନ୍ତୁ।

ଅଧିକ ରାଗ ଖାଦ୍ୟ ଭୋଜନ କଲେ ମଧ୍ୟ ଶରୀର ପ୍ରତି ବିପଦ ଥାଏ। ରାତିବେଳା ଏହା ଶରୀରରେ ବିଭିନ୍ନ ପ୍ରତିକ୍ରିୟା କରିବା ସହ ନିଦ ଭଲଭାବେ ହୁଏନାହିଁ। ଏହା ସହ ଅଧିକ ରାଗ ଖାଉଥିବା ଲୋକେ ମଧ୍ୟ ଦୁଃସ୍ବପ୍ନ ଦେଖୁଥିବାର ବିଶେଷଜ୍ଞଙ୍କ ମତ। ରାଗ ଖାଦ୍ୟ ଶରୀରର ତାପମାତ୍ରା ପ୍ରଭାବିତ କରିବା ସହ ନିଦ ଖରାପ କରେ।

ଜଙ୍କଫୁଡ୍ ଖାଇଲେ କିମ୍ବା ଅଧିକ ପରିମାଣରେ ନିଶାସେବନ କଲେ ମଧ୍ୟ ସମାନ ପରିସ୍ଥିତି ଉପୁଜୁଥିବାର ଗବେଷଣାରୁ ଜଣାପଡ଼ିଛି। ଚିନି ଅଧିକ ପରିମାଣରେ ଥିବା ଖାଦ୍ୟଦ୍ରବ୍ୟ ହେଉ କିମ୍ବା ଚା-କଫି ଏଥିରେ ଥିବା କେଫିନ୍ କାରଣରୁ ମଧ୍ୟ ଜଣେ ବ୍ୟକ୍ତି ଦୁଃସ୍ବପ୍ନ ଦେଖିଥାଏ।

Leave A Reply