ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ଓ ମଲମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି ପାଇପାରିବା। ଜାଣନ୍ତୁ  ସେ ବିଷୟରେ ….

courtesy : Fitlife.tv

ଅଦା ଚାହା –
ଏକ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ଏକ ସପ୍ତାହ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।

courtesy : food.ndtv.com

ତୁଳସୀପତ୍ର –
ପ୍ରତିଦିନ ଖାଲି ପେଟରେ ୬ ରୁ ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳେ।

courtesy : padivaathil.in

ନଡ଼ିଆ ତେଲ –
ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।

courtesy : radionz.co.nz

କ୍ଷୀର –
ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୋଇଥାଏ।

courtesy : NDTV Food

ରସୁଣ –
ନିୟମିତ ୧ମାସ ପର୍ଯ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ପ୍ରତିଦିନ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.