ରେଳ ଧାରଣାରୁ ଶିଶୁର ଶବ ଉଦ୍ଧାର

0

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନ ନିକଟରୁ ଏକ କିଲୋମିଟର ଦୂରରେ ହାୱଡ଼ା-ମୁମ୍ବଇ ମୁଖ୍ୟ ଅପ ରେଳ ଧାରଣାରେ ଏକ ୨ ବର୍ଷ ଶିଶୁ ପୁତ୍ରର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ଶିଶୁଟିର ଶବ ରେଳ ଧାରଣାର ମଝିରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଶିଶୁଟିକୁ କେହି ହତ୍ୟା କରି ରେଳ ଧାରଣାରେ ଫୋପାଡି ଦେଇଥିବାର ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ମୃତକ ଶିଶୁଟିର ପରିଚୟ ମିଳି ପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply