ଶ୍ରୀମାନ ସୁରଦାସ

0

ତରଙ୍ଗ ସିନେ ପ୍ରଡକ୍ସନ୍‍ ଆଗାମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୂଜା ଦର୍ଶକଙ୍କୁ ଏହି ବ୍ୟାନର ଭେଟି ଦେଉଛି ‘ଶ୍ରୀମାନ ସୁରଦାସ।’ ଯାହାର ନିର୍ଦେଶନାରେ ଅଛନ୍ତି ଅଶୋକ ପତି। ଯିଏ ତରଙ୍ଗ ପାଇଁ ‘ଲଭ୍‍ ଷ୍ଟେସନ୍‍’, ‘ଲଭ୍‍ ପାଇଁ କୁଛ୍‍ ଭି କରେଗା’ ପ୍ରଭୃତି ଚିତ୍ର କରି ସାରିଛନ୍ତି। ପୂଜା ପାଇଁ ନିର୍ମିତ ହେଉଥିବା ଏହି ନୂଆ ଚିତ୍ରରେ ନାୟକ-ନାୟିକା ଭାବେ ଅଭିନୟ କରୁଛନ୍ତି ବାବୁଶାନ-ଭୂମିକା। ଯିଏକି ଏହି ବ୍ୟାନରର ‘ହିରୋ ନଂ ୱାନ୍‍’ ଚିତ୍ରରେ ପୂର୍ବରୁ ଏକାଠି ଅଭିନୟ କରିସାରିଛନ୍ତି। କମେଡ଼ି, ରୋମାନ୍ସକୁ ନେଇ ସମୃଦ୍ଧ ଏ ଚିତ୍ରର ଗୀତ ମଧ୍ୟ ମନଛୁଆଁ ହେବ ବୋଲି କହିଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦେବୀଦତ୍ତ ମହାନ୍ତି।

 

Leave A Reply