ପାଚିକା ହେଲେ ଇସିଙ୍କ ବ୍ରାଣ୍ଡ ଆମ୍ବାସାଡର : କେବିସିରେ ଜିତିଥିଲେ କୋଟିଏ ଟଙ୍କା

ମତଦାନ ପାଇଁ ସଚେତନତା ସୃଷ୍ଟି କରିବେ

ମୁମ୍ବଇ : ‘କୌନ୍‌ ବନେଗା କରୋଡ଼ପତି’ (କେବିସି) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ କୋଟି ଟଙ୍କାର ପୁରସ୍କାର ଜିତିଥିବା ମହାରାଷ୍ଟ୍ରର ମଧ୍ୟାହ୍ନ ଭୋଜନ ପାଚିକା ବବିତା ତାଡ଼େଙ୍କୁ ନିର୍ବାଚନ ଆୟୋଗ (ଇସି) ଚଳିତ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ‘ବ୍ରାଣ୍ଡ ଆମ୍ବାସାଡର’ ଭାବେ ନିଯୁକ୍ତ କରିଛନ୍ତି। ବବିତା ଏବେ ନିଜ ଜିଲାରେ ନିର୍ବାଚନରେ ମତଦାନ ପାଇଁ ସଚେତନତା ସୃଷ୍ଟି କରିବେ। ବବିତାଙ୍କ ଘର ଅମରାବତି ଜିଲାର ଅଞ୍ଜନଗାଓଁ ସୂର୍ଯିଠାରେ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ‘ମତଦାନ ଆମର ଜାତୀୟ ଅଧିକାର; ଏହା ସମସ୍ତେ ସାବ୍ୟସ୍ତ କରିବା ଉଚିତ ବୋଲି ଲୋକଙ୍କୁ ବୁଝାଇବା ପାଇଁ ସମସ୍ତ ଚେଷ୍ଟା କରିବି।’ ସେ ୭କୋଟି ଟଙ୍କାର ପୁରସ୍କାର ଜିତିବାକୁ ସମର୍ଥ ଥିଲେ ମଧ୍ୟ ଅଳ୍ପକେ ଏହା ହାତଛଡ଼ା କରିଥିଲେ। ସଠିକ୍‌ ଉତ୍ତର ଜାଣି ସୁଦ୍ଧା ଏହା ଉପସ୍ଥାପନ କରିବାକୁ ସାହସ ଜୁଟାଇ ନ ପାରି ଓହରି ଯାଇଥିଲେ।

Comments are closed.