କାନାଡାରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଆଇଡି ବିସ୍ପୋରଣ,୧୫ ଆହତ

0

 ଟରୋଣ୍ଟୋ : କାନାଡାର ରାଜଧାନୀ ଟରୋଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ପୋରଣ ଘଟି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।  ଟରୋଣ୍ଟର ପିଲ୍‌ ରିଜିଓନାଲ ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି । ଘଟଣାସ୍ଥଳରୁ ଦୁଇ ଜଣ ସଂଗ୍ଦିଧ ଫେରାର ହୋଇଯାଇଥିବା ସୂଚନା  ମିଳିଛି । ଏହି ଆଇଡି ବା ଉନ୍ନତମାନର ବିସ୍ପୋରକ ଡିଭାଇସ୍‌ ଦ୍ୱାରା ଏହି ବିସ୍ପୋରଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

ବମ୍ବେ ଭେଲ୍‌ ନାମକ ହୋଟେଲରେ ଏହି ବିସ୍ପୋରଣ ଘଟିଛି । ଏହା ଟରୋଣ୍ଟ ନିକଟସ୍ଥ  ଓଣ୍ଟାରିଓ ମିସିସାଉଗା ସଂପି ମଲ୍‌ରେ ଅବସ୍ଥିତ ବୋଲି ପିଲ୍‌ ରିଜିଓନ୍ ପୁଲିସ ନିଜ ଟ୍ୱିଟର ଆକାଣ୍ଟରେ ପ୍ରକାଶ କରିଛି । ୨ ଜଣ ସଂଗ୍ଦିଧ ଏହି ବିସ୍ପୋରକକୁ ସେଠାରେ ରଖିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ୧୨ ଜଣ ଲୋକ ଏହି ବିସ୍ପୋରଣରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ତିନି ଜଣଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଛି ।

Leave A Reply