ସୁଲ୍‍ତାନ ଅଜ୍‍ଲାନ୍‍ ଶାହା ହକି : ଭାରତ ଓ ଦକ୍ଷିଣ କୋରିଆ ମ୍ୟାଚ ଡ୍ର’ରେ ଶେଷ

0

ଇପୋ : ସୁଲ୍‍ତାନ ଅଜ୍‍ଲାନ୍‍ ଶାହା ହକି ପ୍ରତିଯୋଗିତାରେ ରବିବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି। ମାଲେସିଆର ଇପୋଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ରବିନ୍‍ ମ୍ୟାଚରେ ଆଜି ଭାରତ ଓ ଦକ୍ଷିଣ କୋରିଆ ପରସ୍ପର ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଫଳରେ ମ୍ୟାଚ ଡ୍ର’ରେ ଶେଷ ହୋଇଛି।
ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ପାଞ୍ଚଥର ବିଜେତା ଭାରତ ଏସିଆଡ ସ୍ୱର୍ଣ୍ଣପଦକ ବିଜେତା ଜାପାନ୍‍କୁ ୨-୦ ଗୋଲରେ ପରାସ୍ତ କରିଥିଲା ।

Leave A Reply