ଫିସ୍‍ ବଢାଇଲେ ଆୟୁଷ୍ମାନ

ମୁମ୍ବଇ : ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବା ପରେ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା ନିଜ ପାଉଣା ବଢାଇ ଦେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ସେ ଏବେ ଗୋଟିଏ ବିଜ୍ଞାପନ ପାଇଁ ପ୍ରାୟ ୩.୫ କୋଟି ଟଙ୍କା ପାଉଣା ଦାବି କରୁଛନ୍ତି। ପୂର୍ବରୁ ଆୟୁଷ୍ମାନ ଗୋଟିଏ ବିଜ୍ଞାପନ ପାଇଁ ୯୦ ଲକ୍ଷରୁ ୧ କୋଟି ଟଙ୍କା ଦାବି କରୁଥିଲେ। କିନ୍ତୁ ଏବେ ଆୟୁଷ୍ମାନଙ୍କ ଟିମ୍‍ ସଫାସଫା କହିଦେଇଛନ୍ତି ଯେ, ସେ ୩.୫ କୋଟି ଟଙ୍କାରୁ କମ୍‍ ପାଉଣାରେ କୌଣସି ବିଜ୍ଞାପନ କରିବେ ନାହିଁ। ଆୟୁଷ୍ମାନ ବିଜ୍ଞାପନ ଫିସ୍‍ ବଢାଇବା ପରେ ଚଳଚ୍ଚିତ୍ରରେ ମଧ୍ୟ ନିଜ ପାଉଣା ବଢାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Comments are closed.