ଆୟୁର୍ବେଦିକ ହସ୍ପିଟାଲ ; ମିଳୁନି ମାଗଣା ଚିକିତ୍ସା

ଭୁବନେଶ୍ବର : ମୋ ସରକାର ଓ ୫ଟି ଅଭିଯାନରେ ରାଜ୍ୟର ସ୍ବାସ୍ଥ୍ୟସେବା ତ୍ବରାନ୍ବିତ ନିମନ୍ତେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏଲୋପାଥିକ କ୍ଷେତ୍ରରେ ଏହି ଅଭିଯାନ ଚାଲିଥିବାବେଳେ ଏଠାରେ ଥିବା ସର୍ବପୁରାତନ ଆୟୁର୍ବେଦିକ ହସ୍ପିଟାଲରେ ସେବା ମିଳିବାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।
ଉକ୍ତ ହସ୍ପିଟାଲ​ରେ ନିଦାନ କେନ୍ଦ୍ର ଓ ପଞ୍ଚକର୍ମ ଚିକିତ୍ସା ସୁବିଧା ରହିଥିଲେ ମଧ୍ୟ ରୋଗୀଙ୍କୁ ଏସବୁର ଚିକିତ୍ସା ଲାଗି ମାଗଣା ବଦଳରେ ଅର୍ଥ ଗଣିବାକୁ ପଡୁଛି। ପଞ୍ଚକର୍ମ ଚିକିତ୍ସା ମହତ୍ତ୍ବପୂର୍ଣ୍ଣ ହୋଇଥିବା ବେଳେ ଅସାଧ୍ୟ ରୋଗ ଏହି ଚିକିତ୍ସା ପଦ୍ଧତିରେ ଭଲ ହୋଇଥାଏ। ୧୯୭୦ ରେ​ ନିର୍ମିତ ଏହି ହସ୍ପିଟାଲ​ରେ ରୋଗୀଙ୍କୁ ଏସବୁ ଚିକିତ୍ସା ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇଦେବା ବଦଳରେ ପଞ୍ଚକର୍ମ ସୋସାଇଟି ମାଧ୍ୟମରେ ଯୋଗାଇ ଦିଆଯାଉଛି।
ବହୁ ପଦ ଖାଲି: ଭାରପ୍ରାପ୍ତ ଉପ ଅଧୀକ୍ଷକଙ୍କୁ ମିଶାଇ ମାତ୍ର ୭ଜଣ ଡାକ୍ତରଙ୍କୁ ନେଇ ହସ୍ପିଟାଲ​ ଚାଲିଛି। ଦୀର୍ଘଦିନ ଧରି ମେଡ଼ିସିନ ସ୍ପେଶାଲିଷ୍ଟ ପଦ ଖାଲି ପଡ଼ିଛି। ୱାର୍ଡ ଆଟେଣ୍ଡାଣ୍ଟ ୧୦ ଜଣ ରହିଥିବା ବେଳେ ସେଥିରୁ ୬ ପଦ ଫାଙ୍କା ରହିଛି। ଏହାବ୍ୟତୀତ ହସ୍‌ପିଟାଲରେ ରୋଗୀଙ୍କୁ ରନ୍ଧାଖାଦ୍ୟ ଦେବା ଲାଗି ରୋଷେୟା ପଦ ଦୀର୍ଘଦିନ ଧରି ଖାଲି ପଡ଼ିଛି। ଏପରିକି ସୁରକ୍ଷାକର୍ମୀ ମଧ୍ୟ ନାହାନ୍ତି। ରାତ୍ରି ସମୟରେ ହସ୍ପିଟାଲ​ରେ ପଞ୍ଚକର୍ମ ସୋସାଇଟି ପକ୍ଷରୁ କେବଳ ଜଣେ ୱାଚ୍‌ମ୍ୟାନ ନିଯୁକ୍ତ କରାଯାଇଛି। ଆୟୁର୍ବେଦିକ ଚିକିତ୍ସା ବିଭାଗର ନିର୍ଦେଶକ ପଦ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବେଳେ ଅନ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକଙ୍କୁ ସେହି ଦାୟିତ୍ବରେ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି। ଏହାବ୍ୟତୀତ ହସ୍ପିଟାଲ​ରେ ଆବଶ୍ୟକସଂଖ୍ୟକ ଆୟୁର୍ବେଦିକ ଔଷଧ ଉପଲବ୍ଧ ହେଉନାହିଁ।
ବହିଃ ବିଭାଗ ଚିକିତ୍ସା: ହସପିଟାଲ​ରେ ଅନ୍ତଃ ବିଭାଗ ଚିକିତ୍ସା ବଦଳରେ ବହିଃ ବିଭାଗ ଚିକିତ୍ସା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି। ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ହସ୍ପିଟାଲ​ର ୩ଟି ଓପିଡି ଚିକିତ୍ସା ସୁବିଧା ଥିବାବେଳେ ୩୯ଟି ଶଯ୍ୟା ରହିଛି। ଏହାସହ ୪ଟି କ୍ୟାବିନ୍‌ ରହିଛି। ସେଥିରୁ ଶୀତତାପ ନିୟନ୍ତ୍ରିତ ଗୋଟିଏ କ୍ୟାବିନ୍‌ର ସୁବିଧା ରହିଛି।
ଅ‌େ‌ସ୍ତ୍ରାପଚାର କକ୍ଷ : ଆୟୁର୍ବେଦିକ୍‌ ଚିକିତ୍ସାରେ ଅର୍ଶ, ଭଗନ୍ଦର, ମଳକଣ୍ଟକ, ଆନାଲ ପଲିଫ, ଆନାଲ ଟ୍ୟାଗ, ପାଇଲସ, ଫିଷ୍ଟୁଲା, ଫିସର ଆଦି ରୋଗର ଅ‌େ‌ସ୍ତ୍ରାପଚାର କରାଯାଇଥାଏ। ଏଥିଲାଗି ଏଠାରେ ଅ‌େ‌ସ୍ତ୍ରାପଚାର କକ୍ଷ ରହିଛି। ଡାକ୍ତର ନଥିବାରୁ କେବଳ ବୁଧବାର ଏଠାରେ ଚିକିତ୍ସା କରାଯାଏ। ଏଥିପାଇଁ ସେହିଦିନ କେବଳ ପୁରୀରୁ ଡାକ୍ତର ଆସିଥାନ୍ତି।

Comments are closed.