ବିଜେପିର ଜଣେ ନେତା,ଯିଏ ରାମ ମନ୍ଦିର ପାଇଁ ପଦ ଛାଡ଼ି ଭୋଗିଥିଲେ ଜେଲ ଦଣ୍ଡ

0

ନୂଆଦିଲ୍ଲୀ: ଅଯୋଧ୍ୟା ଆନ୍ଦୋଳନ ବିଜେପିର ଏକାଧିକ ନେତାଙ୍କୁ ଜାତୀୟସ୍ତରରେ ପରିଚିତ କରିଥିଲା। ଏପରିକି ଅଯୋଧ୍ୟା ଆନ୍ଦୋଳନ ବିଜେପିକୁ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଆଜିର ଦିନରେ ବାବରି ମସଜିତ ଭଙ୍ଗା ଯାଇଥିଲା ଓ ଆଜିର ଦିନରେ ଜଣେ ନେତାଙ୍କ ରାଜନୈତିକ ଜୀବନର ଅବସାନ ହୋଇଥିଲା। ବିଜେପିର ଏଭଳି ଜଣେ ନେତା ଯିଏ ରାମ ମନ୍ଦିର ପାଇଁ ସବୁଠୁ ବେଶି ବଳୀଦାନ ଦେଇଥିଲେ ସେ ହେଉଛନ୍ତି କଲ୍ୟାଣ ସିଂହ। ବିଜେପିର କେବଳ ଜଣେ ନେତା ଯିଏ ୬ଡିସେମ୍ବର ୧୯୯୨ ବାବରି ମସଜିତ ଭାଙ୍ଗିବା ପରେ ନିଜ ପଦ ତ୍ୟାଗ କରିଥିଲେ। କେବଳ ପଦ ତ୍ୟାଗ କାହିଁକି ଏହି ଅପରାଧରେ ଜେଲ ଦଣ୍ଡରେ ଦଣ୍ଡିତ ମଧ୍ୟ ହୋଇଥିଲେ କଲ୍ୟାଣ ସିଂହ।
୧୯୩୨ଜାନୁୟାରୀ ୫ରେ ଜନ୍ମିତ କଲ୍ୟାଣ ସିଂହ ଉତ୍ତରପ୍ରଦେଶର ଅଲ୍ଲୀଗଡ଼ ନିବାସୀ। ବିଜେପିର ବରିଷ୍ଠ ତଥା ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନିତ କଲ୍ୟାଣ ସିଂହ ରାଜସ୍ଥାନର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଏକ ସମୟ ଥିଲା, ଯେତେବେଳେ ରାମ ମନ୍ଦିର ଆନ୍ଦୋଳନରେ ଜଣେ ବଡ଼ ଚେହେରା ଭାବେ କଲ୍ୟାଣ ସିଂହଙ୍କୁ ପରିଚୟ ମିଳିଥିଲା। ଜଣେ ହିନ୍ଦୁତ୍ୱବାଦୀ ଓ ନିର୍ବାକ୍‍ ବକ୍ତା ଭାବେ କଲ୍ୟାଣ ସିଂହଙ୍କ ପରିଚୟ ପାଲଟି ଥିଲା।
୩୦ଅକ୍ଟୋବର ୧୯୯୦ରେ ମୁଲାୟମ ସିଂହ ଯାଦବ ୟୁପିର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବାବେଳେ କରସେବକଙ୍କ ଉପରେ ପ୍ରଶାସନ ପକ୍ଷରୁ ଗୁଳି ଚଲାଇବାକୁ ନିର୍ଦେଶ ଦେଇଥିଲେ। ଏହାର ଜବାବରେ ବିଜେପି କଲ୍ୟାଣ ସିଂହଙ୍କୁ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ପ୍ରଦାନ କରିଥିଲା। ବିଜେପିରେ ଅଟଳ ବିହାରୀ ବାଜପେୟୀଙ୍କ ପରେ କଲ୍ୟାଣ ସିଂହ ଏଭଳି ଜଣେ ନେତା ଥିଲେ ଯାହାଙ୍କ ଭାଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା।
କଲ୍ୟାଣ ସିଂହଙ୍କ ନେତୃତ୍ୱରେ ବିଜେପି ୟୁପି ପରି ରାଜ୍ୟରେ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ, ୧୯୯୧ରେ ବିଜେପିକୁ ରାଜ୍ୟରେ ବହୁମତ ମିଳିବା ସହ ସରକାର କରିବାର ସୁଯୋଗ ମିଳିଲା। ୟୁପିରେ ବିଜେପିର ପ୍ରଥମ ମୁଖ୍ୟମମନ୍ତ୍ରୀଭାବେ କଲ୍ୟାଣ ସିଂହ ଶପଥ ନେବା ପରେ ସେ ତାଙ୍କ ସମର୍ଥକଙ୍କୁ ନେଇ ଅଯୋଧ୍ୟା ଗସ୍ତ କରି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
କଲ୍ୟାଣ ସିଂହ ସରକାରକୁ ଏକ ବର୍ଷ ବି ହୋଇ ନଥିଲା ବାବରି ମସଜିତର ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦିଆଗଲା। କଲ୍ୟାଣ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ବାବରି ମସଜିଦର ସୁରକ୍ଷା ପାଇଁ ସତ୍ୟପାଠ କରିଥିଲେ। ଏହା ସତ୍ତେ୍ୱ ୬ଡିସେମ୍ବର ୧୯୯୨ରେ ଯେଉଁ ପ୍ରଶାସନ ମୁଲାୟମଙ୍କ କାର୍ଯ୍ୟକାଳରେ କରସେବକଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରୁଥିଲେ ସେହି ପ୍ରଶାସନ କେବଳ ମୁକସାକ୍ଷୀ ହୋଇ ବିବାଦୀୟ ବାବରି ମସଜିତ ଭାଙ୍ଗିବାର ଦୃଶ୍ୟ ଦେଖିଥିଲେ। ସର୍ବସମ୍ମୁଖରେ ବାବରି ମସଜିତକୁ ଭାଙ୍ଗି ଦିଆଗଲା। ପରବର୍ତ୍ତୀ ସମୟରେ ଏଥିପାଇଁ କଲ୍ୟାଣ ସିଂହଙ୍କୁ ଦାୟୀ କରାଗଲା। କଲ୍ୟାଣ ସିଂହ ମଧ୍ୟ ନୈତିକତା ଦୃଷ୍ଟିକୋଣରୁ ୬ଡିସେମ୍ବର ୧୯୯୨ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ଏହାର ଦିନେ ପରେ କେନ୍ଦ୍ର ସରକାର ୟୁପିର ବିଜେପି ସରକାରକୁ ବରଖାସ୍ତ କରିଦେଲେ।
ଏହି ପରିପ୍ରେକ୍ଷୀରେ କଲ୍ୟାଣ ସିଂହ ତାଙ୍କ ଭାଷଣରେ ଯେଉଁ ସରକାର ରାମ ମନ୍ଦିର ପାଇଁ ହୋଇଥିଲା ତାହା ରାମ ମନ୍ଦିର ପାଇଁ ଉତ୍ସର୍ଗ ହେଲା ବୋଲି ପ୍ରକାଶ କରିଥିଲେ। ଏଥିପାଇଁ କଲ୍ୟାଣ ସିଂହଙ୍କୁ ଦିନେ ପାଇଁ ଜେଲ ଯିବାକୁ ପଡ଼ିଥିଲା।
ବାବରି ମସଜିତ ଭାଙ୍ଗିବା ମାମଲା ପାଇଁ ଲିବ୍ରାହନ ଆୟୋଗର ଗଠନ ହେଲା। ଏହି ଆୟୋଗ ତଦନ୍ତ ରିପୋର୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିପି ନରସିଂହ ରାଓଙ୍କୁ ନିର୍ଦୋଶ ବୋଲି ଦର୍ଶାଇ ଥିଲା। ଅଥଚ ଯୋଜନାବଦ୍ଧ ଭାବେ ସରକାରୀ କଳର ଅପବ୍ୟବହାର,ସମର୍ଥନ ପାଇଁ ଯୁବାବର୍ଗଙ୍କୁ ଆକର୍ଷଣ କରିବା, ଆରଏସଏସ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା। କଲ୍ୟାଣ ସିଂହଙ୍କ ସମେତ ଏକାଧିକ ନେତାଙ୍କ ନାମରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା।

Leave A Reply