ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନରେ ଶ୍ୟାମ ସୁନ୍ଦର ପୋଦାରଙ୍କୁ ସମ୍ମାନିତ

0

କଟକ : ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ କଟକର ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ। ଏହି ସମ୍ମେଳନରେ ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ସମୀର ଦେ, ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ, ମହେନ୍ଦ୍ର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ଏହି ସମ୍ମେଳନରେ ସମ୍ବର୍ଦ୍ଧିତ କରିଥିଲେ। ମାରୱାଡି ସମ୍ମେଳନରେ ସାହିତ୍ୟ ଓ ସାମ୍ବାଦିକତା ପ୍ରତି ଅଂଶଦାନ ପାଇଁ ଶ୍ୟାମ ସୁନ୍ଦର ପୋଦାରଙ୍କୁ ଓଡିଶା ଅର୍ଥ କମିଶନର ସମ୍ମାନିତ କରିଛନ୍ତି।

Leave A Reply