ପରଦାକୁ ଆସିଲା ‘ଆଭେଞ୍ଜରସ୍‍ ଏଣ୍ଡଗେମ୍‍’

ମୁମ୍ବଇ : ଚଳିତ ବର୍ଷ ଚର୍ଚ୍ଚାରେ ଥିବା ବହୁ ପ୍ରତିକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ‘ଆଭେଞ୍ଜରସ୍‍ ଏଣ୍ଡଗେମ’ ଶୁକ୍ରବାର ମୁକ୍ତିଲାଭ କରିଛି। ଏହି ସିନେମା ଦେଖିବାପାଇଁ ସିନେମା ହଲମାନଙ୍କରେ ପ୍ରବଳ ଭିଡ଼ ଦେଖାଦେଇଛି। ‘ଆଭେଞ୍ଜରସ୍‍ ଏଣ୍ଡଗେମ’ ଭାରତରେ ଚାରୋଟି ଭାଷାରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଇଂରାଜୀ, ହିନ୍ଦି, ତେଲୁଗୁ, ତାମିଲ ଭଳି ଚାରୋଟି ଭାଷାରେ ମୁକ୍ତିଲାଭ କରିଛି। ଆଇରନ୍ ମ୍ୟାନରୁ ଆରମ୍ଭ ହୋଇଥିବା “ଆଭେଞ୍ଜରସ୍: ଏଣ୍ଡଗେମ୍‘ ମାର୍ବଲ ସିନେମାଟିକ୍ ୟୁନିଭର୍ସର ୨୨ତମ ଚଳଚ୍ଚିତ୍ର।

ଏକ ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ପ୍ରଥମ ଦିନ ସାରା ବିଶ୍ବରେ ୧୪୦୩କୋଟି ଟଙ୍କାର ବ୍ୟବସାୟ କରିଛି। ଏଥିମଧ୍ୟରୁ ୩୩୪କୋଟି ଟଙ୍କାର ବ୍ୟବସାୟ କେବଳ ଚୀନରେ ହୋଇଛି। ସେହିଭଳି ଭାରତରେ ‘ଆଭେଞ୍ଜରସ୍‍ ଏଣ୍ଡଗେମ’ ପ୍ରଥମ ଦିନରେ ୪୫କୋଟି ଟଙ୍କାର ବ୍ୟବସାୟ କରିଥିବା ଅନୁମାନ କରାଯାଉଛି।

Comments are closed.