ଅଷ୍ଟ୍ରିଆରେ ହିମସ୍ଖଳନ ହୋଇ  ୩ ଜର୍ମାନ ପର୍ବତାରୋହୀଙ୍କର ମୃତ୍ୟୁ

0

ବର୍ଲିନ.- ଅଷ୍ଟ୍ରିଆରେ ପର୍ବାତାରୋହଣ କରୁଥିବା ସମୟରେ ହିମସ୍ଖଳନ ହେବାରୁ ୩ ଜଣ ପର୍ବାତାରୋହୀଙ୍କର ମୃତ୍ୟୁ ହୋଇଛି । ଏହି ପର୍ବତାରୋହୀମାନେ ଜର୍ମାନର ନାଗରିକ ।  ଅଷ୍ଟ୍ରିଆର ଆଲପସ୍‌ ପର୍ବତରେ ଏହି ପର୍ବାତାରୋହୀମାନେ ପର୍ବତାରୋହଣ କରୁଥିଲେ ।

ଏମାନେ ଏକ ହୋଟେଲ୍‌ ନିକଟ କ୍ୟାମ୍ପ କରି ରହୁଥିଲେ । ହିମସ୍ଖଳନ ଏତେ ଶକ୍ତିଶାଳୀ ଥିଲା , ଏହି ପର୍ବାତାରୋହୀମାନଙ୍କର ତମ୍ବୁକୁ ଭସାଇ ନେଇଥିଲା । ଗତ ସପ୍ତାହେ ଧରି ଆଲପସ୍‌ ପର୍ବତାଞ୍ଚଳରେ ପ୍ରବଳ ହିମପାତ ହେଉଛି । ଏଥିପାଇଁ ଅଧିକାଂଶ ରାସ୍ତା ଉପରେ ଏକ ମିଟର ଉଚ୍ଚର ବରଫ ଜମି ରହିଛି । କେତକସ୍ଥାନରେ ହିମସ୍ଖଳନ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।

Leave A Reply