କ୍ୟାପ୍‍ଚର ରେଞ୍ଜରେ ରେନୋର ଆକର୍ଷଣୀୟ ମୂଲ୍ୟ ପ୍ରଦାନ

0

ଭୁବନେଶ୍ୱର : ୟୁରୋପୀୟ ଅଟୋ ନିର୍ମାତା ରେନୋ ଏହାର କ୍ୟାପ୍‍ଚର ରେଞ୍ଜ ଉପରେ ଆକର୍ଷଣୀୟ ମୂୂଲ୍ୟ ଘୋଷଣା କରିଛି। ଏହାଛଡା କମ୍ପାନୀ ନୂଆ ବୈଶିଷ୍ଟ୍ୟ ସହ କ୍ୟାପ୍‍ଚର ରେଞ୍ଜ ବଜାରକୁ ଆଣିଛି। କ୍ୟାପ୍‍ଚର ଉଭୟ ପେଟ୍ରୋଲ ଏବଂ ଡିଜେଲ ପାୱାର ଟ୍ରେନ୍‍ ବିକଳ୍ପରେ ଉପଲବ୍ଧ। ପେଟ୍ରୋଲ ଭର୍ସନ୍‍ ପାୱାର ଟ୍ରେନ୍‍ର ମୂଲ୍ୟ ଘଣ୍ଟା ପ୍ରତି ମାଇଲେଜ୍‍ ୧୩.୮୭ କି.ମି. ରହିଥିବାବେଳେ ଡିଜେଲ ପାୱାର ଟ୍ରେନ୍‍ର ମାଇଲେଜ୍‍ ୨୦.୩୭ କି.ମି. ରହିଛି। କ୍ୟାପ୍‍ଚର ପେଟ୍ରୋଲ ଭାରିଆଣ୍ଟର ମୂଲ୍ୟ ୯,୯୯,୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୧,୪୫,୯୯୯ ଟଙ୍କା ମଧ୍ୟରେ ରହିଛି। ସେହିଭଳି ଡିଜେଲ ଭାରିଆଣ୍ଟର ମୂଲ୍ୟ ୧୦,୯୯,୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୩,୨୪,୯୯୯ ଟଙ୍କା ରେଞ୍ଜ ମଧ୍ୟରେ ରହିଛି। ତେବେ ରେନୋ କ୍ୟାପ୍‍ଚର ଚାଳକଙ୍କୁ ପରବର୍ତ୍ତୀ ସ୍ତରର ଗାଡି ଚାଳନା ଅନୁଭୂତି ଦେବ।

Leave A Reply